TENSE AND TRANSLATION ( Uses of Present Perfect Tense) UNIT 8
Uses of Present Perfect Tense ବିଭିନ୍ନ ପରିସ୍ଥିତିରେ Present Perfect Tense- ର ବ୍ୟବହାର 👉(1) ଯେତେବେଳେ କାର୍ଯ୍ୟ ଭୁତକାଳରେ ଆରମ୍ଭ ହୋଇଥାଏ ଏବଂ ବର୍ତ୍ତମାନରେ ମଧ୍ୟ ଚାଲିଛି , ସେଥିରେ Present Perfect Tense ବ୍ୟବହାର କରାଯାଏ । ( ଏହି ପ୍ରକାରର ବାକ୍ୟରେ ସାଧାରଣତଃ since / for ବ୍ୟବହାର କରାଯାଏ । ) ଉଦାହରଣ : (a) He has lived in this house for five years. — ସେ ପାଞ୍ଚ ବର୍ଷ ଧରି ଏହି ଘରରେ ରହୁଛି । ( ସେ ଏବେ ମଧ୍ୟ ରହୁଛି । ) (b) He has taught in this college for three years. — ସେ ତିନି ବର୍ଷ ଧରି ଏହି କଲେଜରେ ପଢ଼ାଉଛି । ( ସେ ଏବେ ମଧ୍ୟ ପଢ଼ାଉଛି । ) (c) I have known him for three years. — ମୁଁ ତାଙ୍କୁ ତିନି ବର୍ଷ ଧରି ଜାଣିଛି । ( ଆଜି ମଧ୍ୟ ମୁଁ ତାଙ୍କୁ ଜାଣେ । ) (d) She has been ill since Monday. — ସେ ସୋମବାର ଠାରୁ ଅସୁସ୍ଥ ଅଛି । ( ସେ ଏବେ ମଧ୍ୟ ଅସୁସ୍ଥ । ) ଟିପ୍ପଣୀ : ଏହିପରି ବାକ୍ୟଗୁଡ଼ିକୁ Present Perfect Tense- ରେ ବ୍ୟବହାର କରାଯାଏ କାରଣ କାମଟି ଭୁତକାଳରେ ଆରମ୍ଭ ହୋଇ ବର୍ତ୍ତମାନରେ ଚାଲୁ ଅଛି । ଯେତେବେଳେ କାମ ଭୁତକାଳରେ ଆରମ୍...